District Administration Kalahandi

District Administration Kalahandi Official Facebook Handle of District Administration, Kalahandi, Odisha

19/03/2026

ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟରେ ଅବହେଳା ପାଇଁ ଜଣେ ସହକାରୀ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରାଯାଇଛି।

ସରକାରୀ ଉଚ୍ଚ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର, ଫେଜ୍–୨ ରେ କାର୍ଯ୍ୟରତ ଶ୍ରୀମତୀ ରଶ୍ମି ସାହୁଙ୍କୁ ବୁଥ୍ ସ୍ତରୀୟ ଅଧିକାରୀ (BLO) ଭାବେ ନିଯୁକ୍ତ କରାଯାଇଥିଲା।

ଏହି ପରିପ୍ରେକ୍ଷିରେ, ଜନପ୍ରତିନିଧିତ୍ୱ ଆଇନ, 1950 ର ଧାରା 32(1) ଅନୁଯାୟୀ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଚଞ୍ଚଳ ରାଣା ତାଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।

ଲୋକ ପ୍ରତିନିଧିତ୍ୱ ଆଇନର ବ୍ୟବସ୍ଥାନୁସାରେ SIR କାର୍ଯ୍ୟରେ ଅବହେଳା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

19/03/2026
14/03/2026
14/03/2026
LPG, ପେଟ୍ରୋଲ ଓ ଡିଜେଲ ବିତରକ ମାନଙ୍କ ସହିତ ଜିଲ୍ଲାପାଳଙ୍କ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ରନ୍ଧନ ଗ୍ୟାସ, ପେଟ୍ରୋଲ, ଡିଜ...
13/03/2026

LPG, ପେଟ୍ରୋଲ ଓ ଡିଜେଲ
ବିତରକ ମାନଙ୍କ ସହିତ ଜିଲ୍ଲାପାଳଙ୍କ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ରନ୍ଧନ ଗ୍ୟାସ, ପେଟ୍ରୋଲ, ଡିଜେଲ ର ନିରବଚ୍ଛିନ୍ନ ଯୋଗାଣ ଓ ସରକାରଙ୍କ ଦ୍ବାରା ସ୍ଥିରୀକୃତ ଦାମ ରେ ବିକ୍ରୟ ସମ୍ୱନ୍ଧ ରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ତୈଳ ଯୋଗାଣକାରୀ ସଂସ୍ଥା ର ବିତରକ ଓ ଅଧିକାରୀ ମାନଙ୍କ ସହ ଯୋଗାଣ ବିଭାଗ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏହି ବୈଠକରେ ଜିଲ୍ଲାପାଳ ସମସ୍ତ ବିତରକ ମାନଙ୍କୁ ତାଗୀତ କରିବା ସହିତ କଲବଜାରୀ କରୁଥିବା ବ୍ୟକ୍ତିମାନଙ୍କୁ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଆଇନ -୧୯୫୫ ଅନୁଯାୟୀ ଦୃଢ଼ କାର୍ଯାନୁଷ୍ଠାନ ନେବା କୁ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ କଡା ନିର୍ଦ୍ଦେଶ ଦେଇଥିଲେ । ସାଧାରଣ ଜନତା ଏଥି ସମ୍ୱନ୍ଧୀୟ କୌଣସି ଅଭିଯୋଗ କୁ ଜିଲ୍ଲା Control Room Mobile No. ୯୪୩୮୨୦୦୦୪୫ ରେ ଯୋଗାଯୋଗ କରି ଅଭିଯୋଗ ଦାଖଲ କରି ପାରିବେ । ଜିଲାରେ LPG ଓ Petrol, Diesel ତଦାରଖ ନିମନ୍ତେ ଜିଲ୍ଲାପାଳ ଙ୍କ ଅଧ୍ଯକ୍ଷତାରେ ଜିଲ୍ଲା ସ୍ତରୀୟ ଏକ committee ଏବଂ ତହସିଲଦାର ଙ୍କ ଅଧ୍ଯକ୍ଷତାରେ block ସ୍ତରୀୟ committee ଗଠନ କରାଯାଇଛି । ବ୍ଳକ ସ୍ତରୀୟ ଯୋଗାଣ ନିରୀକ୍ଷକ ମାନେ ଏସମ୍ବନ୍ଧରେ ସଜାଗ ରହିବା ସହିତ ନିଜର ଦାୟିତ୍ଵ କୁ ଅଧିକ ଯତ୍ନବାନ୍ ହୋଇ ତୁଲାଇବା ପାଇଁ ଜିଲ୍ଲାପାଳ ବୈଠକରେ ନିର୍ଦ୍ଦେଶ ଦେଇଥିଲେ।

ଆଜି ବିଶ୍ୱ ସାମାଜିକ ନ୍ୟାୟ ଦିବସ ଅବସରରେ ବଶିଷ୍ଠ ନାଗରିକ ମାନଙ୍କ ସ୍ୱାସ୍ଥ୍ୟ, ଆର୍ଥିକ, ସାମାଜିକ ନ୍ୟାୟ ତଥା ଡିଜିଟାଲ ସାକ୍ଷରତା ସମ୍ବନ୍ଧୀୟ...
20/02/2026

ଆଜି ବିଶ୍ୱ ସାମାଜିକ ନ୍ୟାୟ ଦିବସ ଅବସରରେ ବଶିଷ୍ଠ ନାଗରିକ ମାନଙ୍କ ସ୍ୱାସ୍ଥ୍ୟ, ଆର୍ଥିକ, ସାମାଜିକ ନ୍ୟାୟ ତଥା ଡିଜିଟାଲ ସାକ୍ଷରତା ସମ୍ବନ୍ଧୀୟ ଆଲୋଚନା ଓ ସଚେତନତା ଶିବିର ବିଜୁ କଲ୍ୟାଣ ମଣ୍ଡପ ଠାରେ ମାନନୀୟ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଅଛି।
Social Security and Empowerment of Persons with Disabilities Department, Government of Odisha

ଆପଣଙ୍କର ଆଧାର କାର୍ଡକୁ ନେଇ କୌଣସି ଅଭିଯୋଗ ବା ସମସ୍ୟା ରହିଛି କି? ଏହାର ତୁରନ୍ତ ସମାଧାନ ପାଇଁ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚ...
17/02/2026

ଆପଣଙ୍କର ଆଧାର କାର୍ଡକୁ ନେଇ କୌଣସି ଅଭିଯୋଗ ବା ସମସ୍ୟା ରହିଛି କି? ଏହାର ତୁରନ୍ତ ସମାଧାନ ପାଇଁ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା (E & IT Department) ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯୋଗ ଶୁଣାଣିର ବ୍ୟବସ୍ଥା କରାଯାଇଛି।
​ମନେ ରଖନ୍ତୁ:
​କେବେ: ପ୍ରତ୍ୟେକ ସୋମବାର (ସରକାରୀ କାର୍ଯ୍ୟ ଦିବସ)।
​ସମୟ: ସକାଳ ୧୦:୩୦ ରୁ।
​ସ୍ଥାନ: ଓକାକ୍ (OCAC) ଟାୱାର, ଆଚାର୍ଯ୍ୟ ବିହାର, ଭୁବନେଶ୍ୱର।

​କିପରି ଆବେଦନ କରିବେ?
​ପ୍ରଥମେ www.ocac.in ପୋର୍ଟାଲ୍‌ରେ ନିଜକୁ ପଞ୍ଜୀକୃତ କରନ୍ତୁ ଏବଂ ସେହି ସ୍ୱୀକୃତି ପତ୍ର (acknowledgement) ସହିତ ଅଭିଯୋଗ ଶୁଣାଣିରେ ଉପସ୍ଥିତ ରୁହନ୍ତୁ।
Information & Public Relations Department, Government of Odisha
CMO Odisha

10/02/2026

ଆପଣ ଜାଣିଛନ୍ତି କି !



CMO Odisha Nityananda Gond Suresh Kumar Vashishth Higher Education Department, Government of Odisha Information & Public Relations Department, Government of Odisha Ministry of Social Justice and Empowerment, Government of India Higher Education Department, Government of Odisha

10/02/2026
ମାନନୀୟା ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ଆଜି ଦିନିକିଆ କଳାହାଣ୍ଡି ଗସ୍ତରେ ଆସି କେସିଙ୍ଗା ବ୍ଳକର ଗୁରୁଜୀମୁଣ୍ଡା ମା ଯୋଗମାୟା ଶକ...
09/02/2026

ମାନନୀୟା ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ଆଜି ଦିନିକିଆ କଳାହାଣ୍ଡି ଗସ୍ତରେ ଆସି କେସିଙ୍ଗା ବ୍ଳକର ଗୁରୁଜୀମୁଣ୍ଡା ମା ଯୋଗମାୟା ଶକ୍ତି ପୀଠ ଯାଇ ସେଠାରେ ଦେବୀଙ୍କ ଦର୍ଶନ କରିଥିଲେ ଏବଂ ସିଟିଜନ ଫୋରମ୍ କେସିଙ୍ଗା ର ବାର୍ଷିକ ଉତ୍ସବ ରେ ଯୋଗଦେଇଥିଲେ।
ସରକାରୀ ଉଚ୍ଚବିଦ୍ୟାଳୟ କେସିଙ୍ଗା ସ୍ଥିତ 200 ଶଯ୍ୟା ବିଶିଷ୍ଟ ଅନୁସୂଚିତ ଜାତି ଛତ୍ରାବାସ ର ଶୁଭ ଉଦ୍ଘାଟନ କରିଥିଲେ।
ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କୁ ନେଇ କେସିଙ୍ଗା ବ୍ଳକର ସଭା ଗୃହରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ମାନନୀୟା ଉପ ମୁଖ୍ୟମନ୍ତ୍ରୀ ଯୋଗଦେଇ ଜିଲ୍ଲାର ବିଭିନ୍ନ ବିଭାଗୀୟ ଉନ୍ନୟନ ମୂଳକ ଯୋଜନା ର ସମୀକ୍ଷା କରିଥିଲେ। ଏଥିରେ ଜିଲ୍ଲାପାଳ , ଆରକ୍ଷୀ ଅଧିକ୍ଷକ, ଡି ଏଫ୍ ଓ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ, ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (ପ୍ରବେଶନ), ଜିଲ୍ଲା ସ୍ତରୀୟ,ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ।

Collector Kalahandi visited Kanakadu, Palberi, and Phuldumer villages of Trilochanpur GP, Lanjigarh, and supervised the ...
08/02/2026

Collector Kalahandi visited Kanakadu, Palberi, and Phuldumer villages of Trilochanpur GP, Lanjigarh, and supervised the ongoing projects under PM-JANMAN along with Sri Animesh Pradhan, IAS (Probationer), PM Rural Housing, the BDO of Lanjigarh, and Block officials.

Address

Kalahandi
Kalahandi

Website

Alerts

Be the first to know and let us send you an email when District Administration Kalahandi posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to District Administration Kalahandi:

Share