20/09/2025
ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ମଣ୍ଡଳ , କେ-ଗାଁ ମଣ୍ଡଳ ଓ ଦଶପୁର ମଣ୍ଡଳର ଭାରତୀୟ ଜନତା ପାର୍ଟି ର ମିଳିତ ପ୍ରୟାସରେ ସେବାପକ୍ଷ ପାଳନ ଅନ୍ତର୍ଗତ ବ୍ଲକ ସ୍ତରୀୟ ରକ୍ତଦାନ ଶିବିରରେ ୨୦୬ ୟୁନିଟ୍ ରକ୍ତ ସଂଗ୍ରହ କରି ଏକ ରେକର୍ଡ ସୃଷ୍ଟି ହୋଇଛି। ଏଥିପାଇଁ ସମସ୍ତ ରକ୍ତଦାତା , ଆମ ଦଳର କାର୍ଯ୍ୟକର୍ତ୍ତାବୃନ୍ଦ ଓ ସମର୍ପିତ ମେଡିକାଲ ଟିମ୍ଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ସମାଜସେବା ପ୍ରତି ସମସ୍ତଙ୍କ ଅପାର ଉତ୍ସାହ ଓ ଅବିଚଳିତ ସମର୍ପଣକୁ ଦେଖି ଅତ୍ୟନ୍ତ ଆନନ୍ଦିତ।
ରକ୍ତଦାନ ହେଉଛି ମାନବତା ପ୍ରତି ସର୍ବୋତ୍କୃଷ୍ଟ ସେବା। ଏହି ଅଭିନବ ଉଦ୍ୟମରୁ ପ୍ରେରଣା ପାଇ, ଆଗାମୀଦିନରେ ଆହୁରି ବିଶାଳ ପରିମାଣରେ ଜନସାଧାରଣଙ୍କ ଭାଗିଦାରୀ ସହିତ ଏପରି ଉତ୍ସାହଭରା ରକ୍ତଦାନ ଶିବିର ଆୟୋଜିତ ହେବ ବୋଲି ଆଶା କରୁଛି।
BJP Kalahandi BJP Odisha Manmohan Samal