Aahwan Yuva Sangha Bhatli

Aahwan Yuva Sangha Bhatli A Raising Voice for Mankind

*"ଆହ୍ବାନ ଯୁବ ସଂଘ,ଭଟଲି"*ଖରାମାସ ହେଲେ ଡାକ୍ତଖାନାମାନକେ ରକ୍ତର ଅଭାବ ଦେଖା ଦେଇଥାଏ ।  ଚଳିତ ବର୍ଷ ମଧ୍ୟ ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର...
09/05/2025

*"ଆହ୍ବାନ ଯୁବ ସଂଘ,ଭଟଲି"*

ଖରାମାସ ହେଲେ ଡାକ୍ତଖାନାମାନକେ ରକ୍ତର ଅଭାବ ଦେଖା ଦେଇଥାଏ । ଚଳିତ ବର୍ଷ ମଧ୍ୟ ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତ ଅଭାବ ବହୁ ମାତ୍ରାରେ ରହୁଛେ । ଆଉ ଆମେ ଇ କଥା ବିଚାର କରି ଆହ୍ୱାନ ଯୁବ ସଂଘ ଭଟଲିରେ ସବୁ ବର୍ଷ ପରି ଏଇ ଖରା ମାସର୍ ପ୍ରଥମ ରକ୍ତଦାନ ଶିବିର *୪-୫-୨୦୨୫ ରବିବାର* ଦିନ ଭଟଲି ଏକଲବ୍ୟ ରକ୍ତଦାନ ସଂସ୍ଥା ଠାରେ ଅନୁଷ୍ଠିତ ହୋଇଯାଇଅଛି । । ଏଥିରେ ୪ଜଣ ମହିଲା ପ୍ରଥମ ଥର ପାଇଁ ରକ୍ତ ଦାନ କରିଥିବା ସହ ମୋର ୪୩ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଏହି ରକ୍ତ ଦାନ ଶିବିର ପ୍ରଭୁ ଦଧିବାମନଙ୍କଠାରେ ଦୀପ ଜଳାଇ ମୁଖ୍ୟ ଅତିଥି ଶୁଭାରମ୍ଭ କରିଥିଲେ । ଶେଷରେ ଆହ୍ୱାନ ଯୁବ ସଂଘ ସଦସ୍ୟଙ୍କ ପକ୍ଷରୁ ସମସ୍ତ ରକ୍ତ ଦାତାଙ୍କୁ ଧନ୍ୟବାଦ ଦିଆଯାଇଥିଲା ଏବଂ ରକ୍ତ ଦାନର ମାହାତ୍ମ୍ୟ ଆଲୋଚନା କରି ଏକ ବାର୍ତ୍ତା ଦିଆଯାଇଥିଲା ଯେ *ଆପଣଙ୍କର ଗୋଟାଏ ୟୁନିଟ ରକ୍ତ ଏ ଧରାରେ ଗୋଟାଏ ନୂଆ ଜୀବନ*

ରକ୍ତ ଦାତା ମାନଙ୍କ ଭିତରୁ ମହିଲାଙ୍କ ନାମ - ପୂଜା ହାତି
ଈସିତା ଅଗ୍ରୱାଲ
ଇଚ୍ଛା ଅଗ୍ରୱାଲ
ଶୈଳ ସାହୁ

*"ଆହ୍ବାନ ଯୁବ ସଂଘ,ଭଟଲି"*ଇ ଖରା ମାସ ହେଲେ ଡାକ୍ତଖାନାମାନକେ ରକ୍ତର ଅଭାବ ଦେଖା ଦେସି । ଲୋକ ରକତ ଟିକେ ଲାଗି କେତେ ଯେ ଆତୁର ହଉଛନ ନାଇ କହେଲ...
03/05/2025

*"ଆହ୍ବାନ ଯୁବ ସଂଘ,ଭଟଲି"*

ଇ ଖରା ମାସ ହେଲେ ଡାକ୍ତଖାନାମାନକେ ରକ୍ତର ଅଭାବ ଦେଖା ଦେସି । ଲୋକ ରକତ ଟିକେ ଲାଗି କେତେ ଯେ ଆତୁର ହଉଛନ ନାଇ କହେଲେ ହେବା । ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିଲ୍ ରକତ ଅଭାବ ରହୁଛେ । ଆଉ ଆମେ ଇ କଥା ବିଚାର କରି ସବୁ ବଛର ବାଗିର ଇ ଖରା ମାସର୍ ପହେଲା ରକ୍ତଦାନ ଶିବିର ଆଏବା *୪-୫-୨୦୨୫ ରବିବାର* ଦିନ ଭଟଲି ପଂଚାୟତ ଟାଉନ ହଲ ଠାନେ ଆମେ କରବାରକେ ଯାଉଛୁଁ । ଇଥିରଲାଗି ଆମେ ଆପଣ ମାନକର ସବକର ସହଯୋଗ କାମନା କରୁଛୁଁ । ଆସୁନ ରକତ ଟିକେ ଦେଇ ଗୁଟେ ଜୀବନ ବଞ୍ଚାମା 🙏

ଦିନ୍ - *୪-୦୫-୨୦୨୫* ଜାଗା - *ଟାଉନ ହଲ , ଭଟଲି* ସମୟ - *ସଂଧ୍ୟା ୫ ଉତାରୁ*

* #ଆହ୍ବାନ** **ଭଟଲି ବିଧାୟକ shri Irasis Acharya ଙ୍କୁ ଭେଟି ଦାବିପତ୍ର ଦିଆହେଲା*ଅନେକ ଦିନ ଧରି ଭଟଲିର ବିଭିନ୍ନ ସମସ୍ୟାକେ ଆମେ ଭଟଲି BD...
24/10/2024

* #ଆହ୍ବାନ*
* *
*ଭଟଲି ବିଧାୟକ shri Irasis Acharya ଙ୍କୁ ଭେଟି ଦାବିପତ୍ର ଦିଆହେଲା*
ଅନେକ ଦିନ ଧରି ଭଟଲିର ବିଭିନ୍ନ ସମସ୍ୟାକେ ଆମେ ଭଟଲି BDO Tehsildar ଆଗାଡେ ରଖିଥିଲୁଁ । ମାନ୍ୟବର ବିଧାୟକଙ୍କୁ ଭଟଲି କୁଶନପୁରୀ ସାଙ୍ଗେ ପୁରା ବ୍ଲକ୍ ର ଅନେକ ସମସ୍ୟା ଆଲୋଚନା କରିଥିଲୁଁ
ଭଟଲି
୧ #ସୁରୁକଣ୍ଟା_ରାସ୍ତା_ନୁ_ପୁରୁଣା_ଥାନା_ତକ୍_ରାସ୍ତା* ନିର୍ମାଣ
୨- ଭଟଲି କୁଶନପୁରୀ ଲାଗି ଗୁଟେ * #ସାମୂହିକ_ସ୍ମଶାନ* ଘାଟ
୩- * #କୁଶନପୁରୀ_ର_ସବୁ_ରାସ୍ତା* ଘାଟ ଆଉ ଡ୍ରେନ ନିର୍ମାଣ
୪- ଭଟଲି ବ୍ଲକ୍, ତହସିଲ ମୁଖ୍ୟାଳୟ ହେଇ * #ଖେଳ_ପଡିଆ* ଟେ ନାଇ ତାରଲାଗି ଜାଗା ସୁନିଶ୍ଚିତ୍ କାରବାର
୫- ଭଟଲିରେ ଥିବାର * #ଯାତ୍ରୀ_ପ୍ରତୀକ୍ଷାଳୟ* ର ବିଭି୍ନ ସମସ୍ୟା
ଭଟଲି MLA Shri Irasis Acharya ଆଜ୍ଞାଙ୍କୁ ଦାବି କଲୁଁ ଯେ ପୁରା ଭଟଲି ବ୍ଲକର ଉନ୍ନତୀ କାମ ମାନକୁ ଯଥା ଶୀଘ୍ର କରାଯାଉ ଆଉ ଗାଁ ମାନଙ୍କର ଉନ୍ନତି ଜେନ୍ତା ହେବା ତାର ଲାଗି ନୂଆ ନୂଆ ଯୋଜନା ମାନେ ବିଚାର କରି ଅନା ଯାଉ ।
ମାନ୍ୟବର ବିଧାୟକ ଆମକୁ ଆଶ୍ଵସନା ଦେଇଛନ୍ ଯେନ ଯେନ୍ କାମ୍ ଯେତେ ଜଲ୍ଦୀ ହେଇ ପାର୍ବା କରାବେ ଆଉ ଭଟଲି ବ୍ଲକ୍ ର ଉନ୍ନତୀ ଲାଗି ସବୁ ପ୍ରକାର ଚେଷ୍ଟା କର୍ବେ।

ଆଗାମୀ ଦିନରେ * #ଆହ୍ବାନ_ଯୁବ_ସଂଘ* ଇ କାମ ମାନକୁ followup କରି ସୁନିଶ୍ଚିତ କର୍ବା ହେଉଛେ କି ନାଇ ଯେ ।

ବୃଦ୍ଧାଙ୍କ ଶବ ସତ୍କାର   ****************************Helping_Hand_For_Needy_People # ଆହ୍ବାନ_ଯୁବ_ସଂଘ ଦ୍ବାରା ଏକ ଅଜଣା ଶବ ସତ୍କା...
23/09/2024

ବୃଦ୍ଧାଙ୍କ ଶବ ସତ୍କାର
****************************
Helping_Hand_For_Needy_People

# ଆହ୍ବାନ_ଯୁବ_ସଂଘ ଦ୍ବାରା ଏକ ଅଜଣା ଶବ ସତ୍କାର କରାଯାଇଛି । ମୃତ ଶରୀର ଟି ଭଟଲି ଚକ୍ର ବନ୍ଧ ପଡା ଜଣେ ଅସହାୟ ମହିଳାଙ୍କ( ଠୀବିରି ଭୁଏ) ହୋଇଥିବା ବେଳେ ତାଙ୍କର ବୟସ ପାଖାପାଖି ୬୫ରୁ ୭୦ବର୍ଷ ହେଉଥିବା ପଡା ଲୋକେ କହିଥିଲେ । ଆଜି 24 ଘଣ୍ଟା ବିତିଯାଇଥିଲେ ମଧ୍ୟ ତାଙ୍କର କୌଣସି ପାରିବାର ସଦସ୍ୟ ନଥିବାରୁ ତାଙ୍କ ପଡା ଲୋକଙ୍କ ଅନୁରୋଧ କ୍ରମେ #ଆହ୍ବାନ_ଯୁବ_ସଂଘ ତାରଫରୁ ତାଙ୍କର ଶବ ସତ୍କାର କରାଯାଇଛି ।
#ଭଟଲି_ଗ୍ରାମ_ପଂଚାୟତ ଓ ୍ରୀମତୀ_ସାରୋଜା_ବେହେରାଙ୍କ ମଧ୍ୟ ସହଯୋଗ କରିଥିଲେ ।

District Administration,Bargarh Aahwan Yuva Sangha Bhatli CMO Odisha Irasis Acharya Bargarh Press & News Bargarh
Amar Bargarh

Paper Article
06/09/2024

Paper Article

 #ଆହ୍ବାନ_ଯୁବ_ସଂଘ_ଭଟଲି* *  ଭଟଲି ତଥା  କୁଶନପୁରିର  ଅନେକ ଦିନର ବିଭି୍ନ ସମସ୍ୟା ସମାଧାନ ଲାଗି ଭଟଲି ତହସିଲଦାର ମହୋଦୟାଙ୍କୁ ଜଣାଇ ଦାବି କର...
04/09/2024

#ଆହ୍ବାନ_ଯୁବ_ସଂଘ_ଭଟଲି
* *
ଭଟଲି ତଥା କୁଶନପୁରିର ଅନେକ ଦିନର ବିଭି୍ନ ସମସ୍ୟା ସମାଧାନ ଲାଗି ଭଟଲି ତହସିଲଦାର ମହୋଦୟାଙ୍କୁ ଜଣାଇ ଦାବି କରିଛୁଁ ଯେ ଗାଁର ଉନ୍ନତୀ କାମ ମାନକୁ ଯଥା ଶୀଘ୍ର କରାଯାଉ ।
ତହସିଲଦାର ମହୋଦୟା ଆମକୁ ଆଶ୍ଵସନା ଦେଇଛନ୍ ତାକର ଦ୍ବାରା ଯେନ ଯେନ୍ କାମ୍ ଯେତେ ଜଲ୍ଦୀ ହେଇ ପାର୍ବା କରାବେ ।

ଆଗାମୀ ଦିନରେ ଆହ୍ବାନ ଯୁବ ସଂଘ ଇ କାମ ମାନକୁ followup କରି ସୁନିଶ୍ଚିତ କର୍ବା ହେଉଛେ କି ନାଇ ଯେ ।

* #ଆହ୍ବାନ_ଯୁବ_ସଂଘ_ଭଟଲି** *ଅନେକ ଦିନ ଧରି ଭଟଲିର ବିଭିନ୍ନ ସମସ୍ୟାକେ ଆମେ ପ୍ରଶାସନ ଆଗଡେ ରଖିଥିଲୁଁ କିଛି କାମ ସଫଳ ହେଇଥିଲା ଆଉ କେତେ କାମ...
22/08/2024

* #ଆହ୍ବାନ_ଯୁବ_ସଂଘ_ଭଟଲି*
* *
ଅନେକ ଦିନ ଧରି ଭଟଲିର ବିଭିନ୍ନ ସମସ୍ୟାକେ ଆମେ ପ୍ରଶାସନ ଆଗଡେ ରଖିଥିଲୁଁ କିଛି କାମ ସଫଳ ହେଇଥିଲା ଆଉ କେତେ କାମ ରହି ଯାଇଥିଲା । ଫେର ଥରେ ଭଟଲି କୁଶନପୁରୀ ଅନେକ ସମସ୍ୟା ଜେନ୍ତା
୧- ଭଟଲି * #ସୁରୁକଣ୍ଟା_ରାସ୍ତା_ନୁ_ପୁରୁଣା_ଥାନା_ତକ୍_ରାସ୍ତା* ନିର୍ମାଣ
୨- ଭଟଲି କୁଶନପୁରୀ ଲାଗି ଗୁଟେ * #ସାମୂହିକ_ସ୍ମଶାନ* ଘାଟ
୩- * #କୁଶନପୁରୀ_ର_ସବୁ_ରାସ୍ତା* ଘାଟ ଆଉ ଡ୍ରେନ ନିର୍ମାଣ
୪- ଭଟଲି ବ୍ଲକ୍, ତହସିଲ ମୁଖ୍ୟାଳୟ ହେଇ * #ଖେଳ_ପଡିଆ* ଟେ ନାଇ ତାରଲାଗି ଜାଗା ସୁନିଶ୍ଚିତ୍ କାରବାର
୫- ଭଟଲିରେ ଥିବାର * #ଯାତ୍ରୀ_ପ୍ରତୀକ୍ଷାଳୟ* ର ବିଭି୍ନ ସମସ୍ୟା ସମାଧାନ
ଭଟଲି BDO madam Saroja Behera mamକୁ ଜଣାଇ ଦାବି କରିଛୁଁ ଯେ ଗାଁ ଇ ଉନ୍ନତୀ କାମ ମାନକୁ ଯଥା ଶୀଘ୍ର କରାଯାଉ ।
BDO mam ଆମକୁ ଆଶ୍ଵସନା ଦେଇଛନ୍ ତାକର ଦ୍ବାରା ଯେନ ଯେନ୍ କାମ୍ ଯେତେ ଜଲ୍ଦୀ ହେଇ ପାର୍ବା କରାବେ ଆଉ ବାକି ସବୁ କାମ ଲାଗି ଉପର ଅଧିକାରୀ ସାଙ୍ଗେ ବି କଥା ହେଇ କରାବେ ।

ଆଗାମୀ ଦିନରେ ଆହ୍ବାନ ଯୁବ ସଂଘ ଇ କାମ ମାନକୁ followup କରି ସୁନିଶ୍ଚିତ କର୍ବା ହେଉଛେ କି ନାଇ ଯେ ।

Blood CampDuring Ratha Yatra
24/07/2024

Blood Camp
During Ratha Yatra

🗣️ * * 🗣️ * #ଆହ୍ୱାନ ଯୁବ ସଂଘ, ଭଟଲି*। ତା ୧୩/୦୭/୨୪ ନବଦିନାତ୍ମକ ଗୁଣ୍ଡିଚା ଯାତ୍ରା ର ଅଷ୍ଟମଦିନରେ ପ୍ରଭୁ ଦଧିବାମନଙ୍କର କୃପାରୁ   *ଆହ୍ୱ...
16/07/2024

🗣️ * * 🗣️

* #ଆହ୍ୱାନ ଯୁବ ସଂଘ, ଭଟଲି*। ତା ୧୩/୦୭/୨୪ ନବଦିନାତ୍ମକ ଗୁଣ୍ଡିଚା ଯାତ୍ରା ର ଅଷ୍ଟମଦିନରେ ପ୍ରଭୁ ଦଧିବାମନଙ୍କର କୃପାରୁ *ଆହ୍ୱାନ ଯୁବ ସଂଘ, ଭଟଲି* ଓ ରଥଯାତ୍ରା କମିଟି ମିଳିତ ପ୍ରୟାସରେ ଅଭିଳାଷ ମେହେରଙ୍କର ପୁଅ ଶିବାଂଶର ଅନ୍ନପ୍ରାଶନ୍ନ ଅବସରରେ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ଭଟଲି ବିଧାୟକ #ଶ୍ରୀ_ଇରାଶିସ_ଆଚାର୍ଯ୍ୟ ଏବଂ ଓଡ଼ିଶା ସରକାରଙ୍କ ରାଜସ୍ବ ମନ୍ତ୍ରୀ ତଥା ବ୍ରଜରାଜନଗର ବିଧାୟକ #ଶ୍ରୀ_ସୁରେଶ୍_ପୁଝାରୀ ମହୋଦୟ ଉପସ୍ଥିତ ରୂପେ ଶିବିରକୁ ଉଦଘାଟନ କରିଥିଲେ । ୩୫ ୟୁନିଟ ରକ୍ତ ସଂଗ୍ରହ କରି ବରଗଡ ରକ୍ତ ଭଣ୍ଡାରକୁ ଦିଆ ହେଲା । #ଆହ୍ବାନର ସବୁ ସଦସ୍ୟ ଏବଂ ରକ୍ତ ଦାତାଙ୍କୁ ମୁଖ୍ୟ ଅତିଥି ଉତ୍ସାହିତ କରିବା ସଙ୍ଗେ ଏମିତି ମଙ୍ଗଳକାରୀ କରିବା ପାଇଁ ଉତ୍ସାହିତ କରିଥିଲେ।
*ଆହ୍ୱାନ ଯୁବ ସଂଘ, ଭଟଲି* ତରଫରୁ ମୁଖ୍ୟ ଅତିଥିଙ୍କୁ ବହୁତ ବହୁତ ଧନ୍ୟବାଦ ତାଙ୍କର ବହୁମୂଲ୍ୟ ସମୟ ଦେଇ ଆମ କଥା ରଖି ଉପସ୍ଥିତି ରହିଥିଲେ । ରକ୍ତଦାତାମାନକୁ ଅଶେଷ ଅଶେଷ ଧନ୍ୟବାଦ🙏 ଏମତି ଲୋକଙ୍କ ସେବା କରୁଥାନ୍ତୁ।

Aahwan Yuva Sangha Bhatli

🗣️ * * 🗣️ * #ଆହ୍ୱାନ ଯୁବ ସଂଘ, ଭଟଲି* । ଗତ କାଲି ତା (୧୨/୦୭/୨୪) ନବଦିନାତ୍ମକ ଗୁଣ୍ଡିଚା ଯାତ୍ରା ର ଷଷ୍ଠ ଦିନ ଥିଲା। ଏହି ଦିନ ପ୍ରଭୁ ଦଧି...
13/07/2024

🗣️ * * 🗣️

* #ଆହ୍ୱାନ ଯୁବ ସଂଘ, ଭଟଲି* । ଗତ କାଲି ତା (୧୨/୦୭/୨୪) ନବଦିନାତ୍ମକ ଗୁଣ୍ଡିଚା ଯାତ୍ରା ର ଷଷ୍ଠ ଦିନ ଥିଲା। ଏହି ଦିନ ପ୍ରଭୁ ଦଧିବାମନଙ୍କୁ ମହା ଆରତି ସହିତ କାକରା ଭୋଗ ଲାଗିଥିଲା । ସେହି ନୂତନ ନିର୍ମିତ ମାଉସୀ ମା ମନ୍ଦିର ର ପାଖ ରଥଦାଣ୍ଡ ପଡିଆ ରେ Shashwat Tripathy & Rumkujhumana folk group ତାଙ୍କର ଅତିସୁନ୍ଦର ପ୍ରଦର୍ଶନ ଦେଖେଇଥିଲେ। ମାଉସୀ ମା ମନ୍ଦିର କେ ଦର୍ଶନ କରି ଅସଲା ଭକ୍ତ ମାନେ ସେ ପ୍ରଦର୍ଶନ ଦେଖି କି ବହୁତ ଆନନ୍ଦିତ ହେଇଥିଲେ। ସେହି ସୁନ୍ଦର ପ୍ରଦର୍ଶନ ପରେ ( #ଭଟଲି ଆହ୍ବାନ ଯୁବ ସଂଘ) ତାଙ୍କୁ ସମ୍ମାନୀତ କରିଥିଲା ।

🙏ଆମର ଇ ପଶ୍ଚିମ ଶ୍ରୀ କ୍ଷେତ୍ର ଭଟଲି ଠାରେ ଏହି ସୁନ୍ଦର ପ୍ରଦର୍ଶନ କରିଥିବାରୁ #ଆହ୍ବାନ_ଯୁବ_ସଂଘ_ଭଟଲୀ ତରଫରୁ ଶାଶ୍ଵତ ତ୍ରିପାଠୀ ଆଉ ରୁମକୁଝୁମାନା ଟିମ୍ କେ ଅଶେଷ ଅଶେଷ ଧନ୍ୟବାଦ।🙏

🗣️ * * 🗣️ * #ଆହ୍ୱାନ ଯୁବ ସଂଘ, ଭଟଲି* ଆସନ୍ତା (୧୩/୦୭/୨୦୨୪) ରଥଯାତ୍ରା ଉପଲକ୍ଷେ 🙏🩸ରକ୍ତ🩸ଦାନ ଶିବିରଟେ ଭଗଵାନ ଦଧିବାମନ ସ୍ବାମୀ🙏ର କୃପା ର...
13/07/2024

🗣️ * * 🗣️

* #ଆହ୍ୱାନ ଯୁବ ସଂଘ, ଭଟଲି* ଆସନ୍ତା (୧୩/୦୭/୨୦୨୪) ରଥଯାତ୍ରା ଉପଲକ୍ଷେ 🙏🩸ରକ୍ତ🩸ଦାନ ଶିବିରଟେ ଭଗଵାନ ଦଧିବାମନ ସ୍ବାମୀ🙏ର କୃପା ରୁ ଆୟୋଜନ କରବାରକେ ଯାଉଛେ। ଆଉ ଇ ଶିବିର ଆପନ୍ ସମସ୍ତଙ୍କର ସହୟୋଗ ବିନା ସଫଳ ହୋଇନାଇ ପାରେ ।ତ ଇଟା ସନ୍ଧ୍ୟା ୫ ଟା ରେ ରଥଦାଣ୍ଡ ପଡିଆ ରେ ଆସି କି ଆମେମାନେ ରକ୍ତଦାନ କରିକି ଲୁକ୍କର ଜୀବନ ବଞ୍ଚାବାର କେ ଚେଷ୍ଟା କର୍ମା ।
* #ରକତ୍_ଦେମା _ଜୀବନ_ବଂଚାମା*
* #ରକ୍ତ_ଦାନ_ମହତ_ଦାନ🙏🏻*
* #ମୁଇ_ରକ୍ତଦାତା_ଆଉ_ମୁଇ_ଗର୍ବିତ୍💪🏼*

Address

Bhatli

Telephone

+918018662044

Website

Alerts

Be the first to know and let us send you an email when Aahwan Yuva Sangha Bhatli posts news and promotions. Your email address will not be used for any other purpose, and you can unsubscribe at any time.

Share

Category