Gautam Buddha Das fan club

Gautam Buddha Das fan club ଆମେ ସମସ୍ତେ ଗୌତମ ବୁଦ୍ଧ ଦାସ ଙ୍କୁ ହୃଦୟ ରୁ ଭଲ ପାଉ

ଆଜି ଆମ ଭୋଗରାଇ ମାଟିର ଜଣେ ବିଶିଷ୍ଟ ସମାଜସେବୀ, ଅବିଭକ୍ତ ଶ୍ରଦ୍ଧାପୁର ପଞ୍ଚାୟତର ଦୁଇ ଦୁଇ ଥର ସରପଞ୍ଚ, ଶତାୟୁ ପୁରୁଷ ଗଣେଶ ଚନ୍ଦ୍ର ନାୟକଙ୍କ...
02/11/2025

ଆଜି ଆମ ଭୋଗରାଇ ମାଟିର ଜଣେ ବିଶିଷ୍ଟ ସମାଜସେବୀ, ଅବିଭକ୍ତ ଶ୍ରଦ୍ଧାପୁର ପଞ୍ଚାୟତର ଦୁଇ ଦୁଇ ଥର ସରପଞ୍ଚ, ଶତାୟୁ ପୁରୁଷ ଗଣେଶ ଚନ୍ଦ୍ର ନାୟକଙ୍କ ପରଲୋକ ଖବର ପାଇ ମୁଁ ଗଭୀର ମର୍ମାହତ ଅନୁଭବ କରୁଛି। ସାମାଜିକ ଓ ରାଜନୈତିକ ଜୀବନରେ ଜଣେ ଅତ୍ୟନ୍ତ ପରୋପକାରୀ, ସଚ୍ଚୋଟ ଓ ଶ୍ରଦ୍ଧାବାନ ମଣିଷ ସ୍ୱର୍ଗତ ଗଣେଶ ବାବୁ ମୋର ପୂଜ୍ୟ ପିତା ସ୍ୱର୍ଗତ ଦୁର୍ଗା ଦାସଙ୍କର ଜଣେ ଘନିଷ୍ଠ ରାଜନୈତିକ ସହଯୋଗୀ ଥିଲେ। ଉଭୟଙ୍କ ମଧ୍ୟରେ ଅନାବିଳ ବନ୍ଧୁତ୍ୱ ଓ ନିବିଡ଼ ସମ୍ପର୍କ ଥିଲା। ଏଭଳି ଜଣେ ପୁଣ୍ୟାତ୍ମାଙ୍କୁ ମୁଁ ଭକ୍ତିପୂତ ଶ୍ରଦ୍ଧାଂଜଳି ଜଣାଇବା ସହ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରୁଛି।

02/11/2025

#ନବୀନ_ସରକାର_ବନାମ_ମୋହନ_ସରକାର
ନୂଆପଡ଼ାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତିଆରି କରିଥିଲେ ନବୀନ ବାବୁ । ଏ ରଙ୍ଗମରା ମୋହନ ସରକାର କ୍ଷମତାକୁ ଆସିଲା ପରେ ଆଜି ଜଣେ ସିକ୍ୟୁରିଟି ଗାର୍ଡ ଭାଇ ୯ ମାସ ଧରି ଦରମା ନ ପାଇବାରୁ ଆତ୍ମହତ୍ୟା କଲା । କେଡ଼େ ଅପାରଗ ଏମାନେ?

ନୂଆପଡ଼ାରେ ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ବୁଲିବୁଲି ଭୋଟ ମାରିବାକୁ ସମୟ ମିଳୁଛି। ହେଲେ ସିକ୍ୟୁରିଟି ଗାର୍ଡଙ୍କ ଦରମା କଥା ବୁଝିବାକୁ ସମୟ ମିଳିଲାନି।
କେଡ଼େ ହୃଦୟହୀନ ଏମାନେ?

ଆଜି ସନ୍ଧ୍ୟାରେ ଖରିଆର ରୋଡ଼ ନମ୍ବର ୱାର୍ଡରେ ବିଜୁ ଜନତା ଦଳର କିଛି ଯୁବ ସାଥୀଙ୍କ ସହ ଏକ ବୈଠକରେ ସାମିଲ ହେଲି। ନବୀନ ବାବୁ ଓ ରାଜୁ ଭାଇଙ୍କୁ ...
01/11/2025

ଆଜି ସନ୍ଧ୍ୟାରେ ଖରିଆର ରୋଡ଼ ନମ୍ବର ୱାର୍ଡରେ ବିଜୁ ଜନତା ଦଳର କିଛି ଯୁବ ସାଥୀଙ୍କ ସହ ଏକ ବୈଠକରେ ସାମିଲ ହେଲି। ନବୀନ ବାବୁ ଓ ରାଜୁ ଭାଇଙ୍କୁ ଭଲ ପାଉଥିବା ଏହି ଯୁବଗୋଷ୍ଠୀ ଚଳିତ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବା ସହ ଦଳ ପାଇଁ ପ୍ରଚାର କରିବାକୁ ସମ୍ମତି ଦେଲେ।

01/11/2025

ଯୁବ ଛାତ୍ର ପଥପ୍ରାନ୍ତ ସଭା ନୂଆପଡ଼ା .....

#ନୂଆପଡ଼ା

31/10/2025

ଆମ ପ୍ରିୟ ବିଧାୟକ ଗୌତମ ବୁଦ୍ଧ ବାବୁ ନୂଆପଡ଼ା ଉପନିର୍ବାଚନ ରେ ବିଜେପି ଦଳ ର ହାତ ବାରେସି ସାଜିଥିବା ଜିଲ୍ଲାପାଳ ଓ ପୁଲିସ ପ୍ରଶାସନ ଙ୍କୁ କଡ଼ା ଜବାବ ଦେଉଥିଲା ବେଳେ ଗଣତନ୍ତ୍ର ର ପ୍ରକୃତ ମୂଲ୍ୟବୋଧ ବୁଝାଇଥିଲେ।


#ନୂଆପଡ଼ା

31/10/2025

ନୂଆପଡ଼ାରେ ବିଜେପି ପ୍ରାର୍ଥୀଙ୍କ ପରାଜୟ ଆଶଙ୍କା କରି ସରକାର ବିଚଳିତ ହୋଇ ପଡ଼ିଛନ୍ତି। ତେଣୁ ଆଜି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇଙ୍କ ଭଡ଼ାଘରେ ବଡ଼ ଅଙ୍କର ଟଙ୍କା ରଖି ତାଙ୍କୁ ଫସେଇବା ପାଇଁ ବିଜେପି ଷଡ଼ଯନ୍ତ୍ର କରିଥିଲା ଏବଂ ସେଇଥିପାଇଁ ମାଜିଷ୍ଟ୍ରେଟ ଓ ପୁଲିସଙ୍କ ଜରିଆରେ ଚଢ଼ଉର ନାଟକ ରଚାଯାଇଥିଲା। ତେବେ ଆମେ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଯିବାରୁ ଏହି ଯୋଜନା ଫସର ଫାଟି ଯାଇଥିଲା।
( Press Meet Part-1)

ଆମ ଭୋଗରାଇର ଶିକ୍ଷା ମାନଚିତ୍ରରେ ଶ୍ରଦ୍ଧାପୁର ହାଇସ୍କୁଲ ଏକ ସଶ୍ରଦ୍ଧ ଉଚ୍ଚାରଣ । ଉତ୍ତମ ଶିକ୍ଷାଦାନ ଓ ଶୈକ୍ଷିକ ପରିବେଶ ଯୋଗୁଁ ବର୍ଷ ବର୍ଷ ଧ...
16/10/2025

ଆମ ଭୋଗରାଇର ଶିକ୍ଷା ମାନଚିତ୍ରରେ ଶ୍ରଦ୍ଧାପୁର ହାଇସ୍କୁଲ ଏକ ସଶ୍ରଦ୍ଧ ଉଚ୍ଚାରଣ । ଉତ୍ତମ ଶିକ୍ଷାଦାନ ଓ ଶୈକ୍ଷିକ ପରିବେଶ ଯୋଗୁଁ ବର୍ଷ ବର୍ଷ ଧରି ଏହି ସ୍କୁଲର ପିଲାମାନେ ଉଲ୍ଲେଖନୀୟ ରେଜଲ୍ଟ କରି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇ ଆସୁଛନ୍ତି। ଆଜି ଶିକ୍ଷକଶିଷୟିତ୍ରୀ ତଥା ପରିଚାଳନା କମିଟିର ଅନୁରୋଧକ୍ରମେ ସ୍କୁଲ ପରିଦର୍ଶନରେ ଯାଇ ସ୍କୁଲର ବିଭିନ୍ନ ଅଭାବ, ଅସୁବିଧା ବିଷୟରେ ଆଲୋଚନା କଲି ଏବଂ ବିଧାୟକ ପାଣ୍ଠିରୁ ଏକ କନଫରେନ୍ସ ହଲ୍ ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ଅନୁଦାନ ଦେବାକୁ ପ୍ରତିଶ୍ରୁତି ଦେଲି।

ପଶ୍ଚିମବଂଗ ସୀମାନ୍ତରେ ଥିବା ମାନକୁଣ୍ଡାରୁ ଭାୟା ଦେଉଳା, ଥାନାଛକ, ଭୋଗରାଇ ଓ ପନ୍ତେଇ ହୋଇ ପ୍ରସିଦ୍ଧ ଶୈବପୀଠ ଭୁଷଣ୍ଡେଶ୍ଵର ପର୍ଯ୍ୟନ୍ତ ପ୍ରାୟ...
10/10/2025

ପଶ୍ଚିମବଂଗ ସୀମାନ୍ତରେ ଥିବା ମାନକୁଣ୍ଡାରୁ ଭାୟା ଦେଉଳା, ଥାନାଛକ, ଭୋଗରାଇ ଓ ପନ୍ତେଇ ହୋଇ ପ୍ରସିଦ୍ଧ ଶୈବପୀଠ ଭୁଷଣ୍ଡେଶ୍ଵର ପର୍ଯ୍ୟନ୍ତ ପ୍ରାୟ ୨୭ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ପୂର୍ତ୍ତ ବିଭାଗର ରାସ୍ତାର ନିର୍ମାଣ କାର୍ଯ୍ୟ ବିଭିନ୍ନ କାରଣରୁ ପ୍ରାୟ ୫ମାସ ହେଲା ଅଧପନ୍ତରିଆ ହୋଇ ପଡ଼ିରହିଛି। ଆଜି ପୂର୍ତ୍ତ ବିଭାଗର ଯନ୍ତ୍ରୀ ଓ ଠିକା ସଂସ୍ଥା ଆରକେଡିର ମ୍ୟାନେଜରଙ୍କୁ ଡକାଇ ଏହି ରାସ୍ତା ପରିବର୍ଶନ କରିବା ସହ ଅନଳିଆ, ଦେଉଳା ଓ ମାଛକଣ୍ଟା ନିକଟରେ ସ୍ଥାନୀୟ ବାସିନ୍ଦାଙ୍କ ଗହଣରେ ରାସ୍ତା କାମର ସମୀକ୍ଷା କଲି। ବର୍ଷା କମିଲେ ଆଗାମୀ ଦୀପାବଳି ପରଠାରୁ ରାସ୍ତା ନିର୍ମାଣ କାର୍ଯ୍ୟ ପୁନର୍ବାର ଆରମ୍ଭ କରି ଯଥା ସମୟରେ ଶେଷ କରିବାକୁ ଠିକା ସଂସ୍ଥାକୁ ତାଗିଦ ମଧ୍ୟ କଲି।

ମହାନ ସ୍ୱାଧୀନତା ସଂଗ୍ରାମୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି।
09/10/2025

ମହାନ ସ୍ୱାଧୀନତା ସଂଗ୍ରାମୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି।

ଆମ ଭୋଗରାଇରେ ଜୟରାମପୁର ଏକ ଅଦ୍ଭୁତ ବୈଚିତ୍ରମୟ ଗାଁ । ଏ ଗାଁ ମାଟିରେ କେବଳ କଳା, ସଂସ୍କୃତି, ଐତିହ୍ୟ ନୁହେଁ, ନିରୁତା ଭଲପାଇବା ଓ ମଣିଷପଣିଆ ...
08/10/2025

ଆମ ଭୋଗରାଇରେ ଜୟରାମପୁର ଏକ ଅଦ୍ଭୁତ ବୈଚିତ୍ରମୟ ଗାଁ । ଏ ଗାଁ ମାଟିରେ କେବଳ କଳା, ସଂସ୍କୃତି, ଐତିହ୍ୟ ନୁହେଁ, ନିରୁତା ଭଲପାଇବା ଓ ମଣିଷପଣିଆ ବି ଅଛି । ସୁଦୂର ମୁମ୍ବାଇରେ ସଂଘର୍ଷ କରି ନିଜକୁ ପ୍ରତିଷ୍ଠିତ କରିଥିବା ଏଇ ଗାଁର କିଛି ଯୁବକ ଗାଁ ମାଟିକୁ ଭୁଲି ନାହାନ୍ତି। ସେମାନେ ଗାଁର ଶତାଧିକ ଯୁବକଙ୍କୁ ମୁମ୍ବାଇ ନେଇ ସେଠାରେ ଜୀବିକା ଅର୍ଜନର ବ୍ୟବସ୍ଥା ମଧ୍ୟ କରିଛନ୍ତି। ସେଇ ଯୁବକମାନଙ୍କ ଦ୍ୱାରା ଗଠିତ ନେହରୁ ଯୁବକ ସଂଘର ଲକ୍ଷ୍ମୀ ପୂଜା ଉତ୍ସବରେ ଯୋଗ ଦେବା ସହ ସେମାନଙ୍କ ନିଷ୍ଠାପର ଉଦ୍ୟମ ପାଇଁ ସମ୍ବର୍ଦ୍ଧିତ କଲି ଏବଂ ବେଶ୍ କିଛି ସମୟ ପାଇଁ ସେମାନଙ୍କ ସହ ସୁଖଦୁଃଖ ହେଲି।

ଆଜି ସଂଧ୍ୟାରେ ଆମ ଭୋଗରାଇର ଏନଏମ୍ ପଡ଼ିଆରେ ଆୟୋଜିତ ମା' ଲକ୍ଷ୍ମୀ ଓ ମା' ମନସାଙ୍କ ପୂଜା ଉତ୍ସବରେ ଯୋଗ ଦେବା ସହ ଫ୍ଲଡ୍ ଲାଇଟରେ ଖେଳ ହେଉଥିବା...
08/10/2025

ଆଜି ସଂଧ୍ୟାରେ ଆମ ଭୋଗରାଇର ଏନଏମ୍ ପଡ଼ିଆରେ ଆୟୋଜିତ ମା' ଲକ୍ଷ୍ମୀ ଓ ମା' ମନସାଙ୍କ ପୂଜା ଉତ୍ସବରେ ଯୋଗ ଦେବା ସହ ଫ୍ଲଡ୍ ଲାଇଟରେ ଖେଳ ହେଉଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କଲି।

ଟୁକୁରିହାଜରା ପଞ୍ଚାୟତର ମା' ନାଇକାଣୀ ମନ୍ଦିର ନିକଟରେ ଦୁର୍ଗାପୂଜା ଅବସରରେ ପ୍ରତିବର୍ଷ ଦଶହରାରେ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହୁଏ । ତେବେ ...
08/10/2025

ଟୁକୁରିହାଜରା ପଞ୍ଚାୟତର ମା' ନାଇକାଣୀ ମନ୍ଦିର ନିକଟରେ ଦୁର୍ଗାପୂଜା ଅବସରରେ ପ୍ରତିବର୍ଷ ଦଶହରାରେ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହୁଏ । ତେବେ ଏବର୍ଷ ବର୍ଷା ଯୋଗୁଁ ବିଳମ୍ବରେ ରାବଣ ପୋଡ଼ି ହେଲା । ଗତକାଲି ହଜାର ହଜାର ଦେଖଣାହାରୀଙ୍କ ଗହଣରେ ଏହି ଉତ୍ସବକୁ ଉଦଘାଟନ କଲି।

Address

Purusottam Pur, Kakhada, Bhograi
Balasore
756039

Telephone

+918249396336

Website

Alerts

Be the first to know and let us send you an email when Gautam Buddha Das fan club posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Gautam Buddha Das fan club:

Share