ମୋ ସେବା କେନ୍ଦ୍ର,ବରୁଣ ସିଂ

  • Home
  • India
  • Balasore
  • ମୋ ସେବା କେନ୍ଦ୍ର,ବରୁଣ ସିଂ

ମୋ ସେବା କେନ୍ଦ୍ର,ବରୁଣ ସିଂ The MO Seva Kendra is a New E-Governance server that gives you all online services like E -Mitra.

On this portal, the applicants can find all the citizen Facilities for their use.

Some Activity of TodayOn the occasion of Azadi Ki amrut Mahotsav
15/08/2022

Some Activity of Today
On the occasion of Azadi Ki amrut Mahotsav




କୃଷକ ଓଡିଶା ହେଉଛି ଅଦ୍ୟାବଧି ୪୯.୫ ଲକ୍ଷ କ୍ଷୁଦ୍ର, ନାମମାତ୍ର ଏବଂ  ଭୂମିହୀନ କୃଷକ ପରିବାର ଓ କୃଷି ଶ୍ରମିକଙ୍କ ଏକ ପ୍ରାମାଣିକ ତଥ୍ୟାବଳୀ । ...
28/07/2022

କୃଷକ ଓଡିଶା ହେଉଛି ଅଦ୍ୟାବଧି ୪୯.୫ ଲକ୍ଷ କ୍ଷୁଦ୍ର, ନାମମାତ୍ର ଏବଂ ଭୂମିହୀନ କୃଷକ ପରିବାର ଓ କୃଷି ଶ୍ରମିକଙ୍କ ଏକ ପ୍ରାମାଣିକ ତଥ୍ୟାବଳୀ । ଏଥିରେ କୃଷକ ସମସ୍ତ ବିବରଣୀ ଯଥା ବାସସ୍ଥାନ, ତଥ୍ୟ, ଜମିଜମା ତଥ୍ୟ, ଚାଷ କରାଯାଇଥିବା ଫସଲ, ପ୍ରାଣୀପାଳନ ଏବଂ ମତ୍ସ୍ୟଚାଷ ଅନ୍ତର୍ଭୃକ୍ତ ରହିଛି, ଯାହାକି ଓଡିଶା ସରକାରଙ୍କ ଅଧୀନସ୍ଥ ସଂପ୍ରସାରଣ କର୍ମଚାରୀଙ୍କ ଦ୍ଵାରା ଯାଞ୍ଚ କରାଯାଉଛି ଓ ଏହା ଓଡିଶା ସରକାରଙ୍କ ୫T ଦୃଷ୍ଟିକୋଣ ଆଧାରିତ ଶାସନ ସହ ଚାଷୀଙ୍କୁ ସମସ୍ତ ସରକାରୀ ଯୋଜନା ଓ ସେବାର ଉପଲବ୍ଧତା ଏବଂ ଉତ୍ତମ ସେବା ଯଥା ସଂପ୍ରସାରଣ, ଆବଶ୍ୟକୀୟ କୃଷି ପରାମର୍ଶ ପ୍ରଦାନ ଇତ୍ୟାଦି ଦିଗରେ ଫଳପ୍ରଦ ରହିବ । କୃଷକ ଓଡିଶାର ମୂଳ ଲକ୍ଷ୍ୟ ହେଲା ରାଜ୍ୟରେ ଥିବା ସମସ୍ତ ଚାଷୀଙ୍କ ଏକ ସ୍ଵର୍ଣ୍ଣିମ ତଥ୍ୟାବଳୀ ପ୍ରସ୍ତୃତି କରିବା, ଯାହା ସରକାରଙ୍କ ସହ ଚାଷୀଙ୍କ ପାରସ୍ପରିକ ସଂପର୍କ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ରବିନ୍ଦୁ ସାଜିବା ସହ ବହୁଦିଗରେ ଉପଯୋଗୀ ହୋଇପାରିବ ।

କୃଷକ ଓଡିଶା ପୋର୍ଟାଲ ବୈଶିଷ୍ଟ୍ୟ :

୧. ନୂତନ ପଞ୍ଜୀକରଣ : ଯେଉଁ କୃଷକମାନେ କୃଷକ ଓଡିଶାର ଅଂଶ ହୋଇପାରିନାହାନ୍ତି, ସେମାନେ ସୁବିଧାରେ ଅନଲାଇନ ପୋର୍ଟାଲ ମାଧ୍ୟମରେ ନିଜକୁ ପଞ୍ଜୀକୃତ କରିପାରିବେ । ଏହି ସୁବିଧା ନିକଟସ୍ଥ ମୋ ସେବା କେନ୍ଦ୍ର ମାଧ୍ୟମରେ ମିଳିପାରିବ।

୨. ତଥ୍ୟ ଅଦ୍ୟତନ (ଅପଡେଟ) : ଯେଉଁ କୃଷକମାନେ କୃଷକ ଓଡିଶାରେ ପୂବରୁ ପଞ୍ଜିକୃତ ହୋଇସାରିଛନ୍ତି, ସେମାନେ ଆବଶ୍ୟକ ମୁତାବକ ନିଜର ସର୍ବଶେଷ ତଥ୍ୟାବଳୀର ଅଦ୍ୟତନ (ଅପଡେଟ) ଉକ୍ତ ପୋର୍ଟାଲ ମାଧ୍ୟମରେ କରିପାରିବେ । ବାସସ୍ଥାନ ଜନିତ ତଥ୍ୟ, ବ୍ୟାଙ୍କ ଆକାଉଣ୍ଟ, ଚାଷ ସମ୍ବନ୍ଧିତ ତଥ୍ୟ ଯଥା-ଜମି ପରିମାଣ, ଫସଲ ବିବରଣୀ, ପ୍ରାଣୀ ପାଳନ, ମତ୍ସ୍ୟଚାଷ ଏବଂ ଜଙ୍ଗଲଭିତ୍ତିକ ଜୀବିକା ନିର୍ବାହ ଆଦି ଏହି ପୋର୍ଟାଲରେ ଅପଡେଟ କରାଯାଇପାରିବ । ଏହି ସୁବିଧା ନିକଟସ୍ଥ ମୋ ସେବା କେନ୍ଦ୍ର ମାଧ୍ୟମରେ ପାଇପାରିବେ ।

କୃଷକମାନଙ୍କ ନିମନ୍ତେ ସୁବିଧା ସୁଯୋଗ

୧.ଆମ କୃଷି : ଆମ କୃଷି ହେଉଛି ଓଡିଶା ସରକାରଙ୍କ ଦ୍ଵାରା ପ୍ରଚଳିତ ଏକ ନିଃଶୁଳ୍କ କୃଷିସେବା ଯାହା ବ୍ୟକ୍ତିଗତ ଓ ଆବଶ୍ୟକ ମୁତବକ କୃଷି ପରାମର୍ଶ ଚାଷ ଋତୁରେ ଯୋଗାଇ ଦିଏ । ପଞ୍ଜିକୃତ କୃଷକ ନିଜ ନିଜ ମୋବାଇଲ ଫୋନ ଜରିଆରେ ସାପ୍ତାହିକ ଫୋନ କଲ ମାଧ୍ୟମରେ ଚାଷ ସମ୍ବନ୍ଧୀୟ ପରାମର୍ଶ, ଫସଲ ଓ ପ୍ରାଣୀ ସମ୍ପଦ ପରିଚାଳନା, ପାଣିପାଗ ସୂଚନା ଓ ପରାମର୍ଶ, କୀଟ ଆକ୍ରମଣର ପ୍ରତିଷେଧକ ବ୍ୟବସ୍ତା, ରୋଗପୋକ ପରିଚାଳନା ସମ୍ବନ୍ଧୀୟ ସୂଚନା ପାଇପାରିବେ ।
୨. ଯୋଜନା ଓ ସେବା : ଏହା ଏକ ଅନଲାଇନ ଏକକ ବାତାୟନ ବ୍ୟବସ୍ଥା (ସିଙ୍ଗଲ ୱିଣ୍ଡୋ ପ୍ଲାଟଫର୍ମ) । ଏହା ଜରିଆରେ ସରକାରଙ୍କ ଦ୍ଵାରା କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ପ୍ରଚଳିତ ସମସ୍ତ ଯୋଜନା ଓ ସେବା ସମୂହ ସୁବିଧାରେ ମିଳିପାରିବ । ଆବଶ୍ୟକୀୟ ସୂଚନା ଯଥା ଯୋଜନାର ମାର୍ଗଦଶିକ ଏବଂ ଯୋଜନରେ ସାମିଲ ହେବା ପାଇଁ ଯୋଗ୍ୟତା ଇତ୍ୟାଦି ଉକ୍ତ ବ୍ୟବସ୍ଥାରେ ଉପଲବ୍ଧ ହେବ । କୃଷକ ନିଜର ସମସ୍ତ ଆବଶ୍ୟକୀୟ ଆବେଦନ ପତ୍ରର ଦସ୍ତାବିଜ ସ୍ଥିତି ପ୍ରତି ମଧ୍ୟ ନଜର ରଖିପାରିବେ ।

Address

Barunsing GP Office, Nilgiri Railway Station Road, Near SJEF College
Balasore
756043

Opening Hours

Monday 9am - 5pm
Tuesday 9am - 5pm
Wednesday 9am - 5pm
Thursday 9am - 5pm
Friday 9am - 5pm
Saturday 9am - 5pm
Sunday 9am - 5pm

Alerts

Be the first to know and let us send you an email when ମୋ ସେବା କେନ୍ଦ୍ର,ବରୁଣ ସିଂ posts news and promotions. Your email address will not be used for any other purpose, and you can unsubscribe at any time.

Share