24/01/2026
"ରକ୍ତ ଦିଅନ୍ତୁ, ଜୀବନ ବଞ୍ଚାନ୍ତୁ"
ଆମ ଓଡିଶା ରେ ରକ୍ତ ଅଭାବରୁ ବହୁ ଜୀବନ ଯାଉଛି ସେଥିପାଇଁ
୨୧ ତାରିଖ ବୁଧବାର ଦିନ ତିଗିରିଆ ଯୁବ ନେତା ସୁବାଶିଷ ମିଶ୍ର ଙ୍କ ନେତୃତ୍ୱ ରେ ଆଠଗଡ ଓ ତିଗିରିଆ ନିର୍ବାଚନ ମଣ୍ଡଳୀ ର ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ସ୍ବର୍ଗତ ରବି ମିଶ୍ର ଙ୍କ ୧୬ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ତିଗିରିଆ କଲ୍ୟାଣୀ ମଣ୍ଡପ ଠାରେ ଏକ ସ୍ୱଛା କୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା ସେହି ରକ୍ତ ଦାନ ଶିବିର ରେ ୭୦ ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିଲା ଏହି କାର୍ଯ୍ୟକ୍ରମ ରେ ଓଡିଶା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆଠଗଡ ର ପୂର୍ବତନ ବିଧାୟକ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କ ସୁପୁତ୍ର ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଓ ସଂମ୍ମାନିତ ଅତିଥି ପୂର୍ବତନ ରାଜ୍ୟ ସଭା ସାଂସଦ ସୁବାସ ମହାନ୍ତି, ଆଠଗଡ କଂଗ୍ରେସ ନେତା ଅକ୍ଷୟ କୁମାର ତୁଙ୍ଗ ସାମନ୍ତ, ଆଠଗଡ ନଗର କାଉନସିଲର ମନୋରଞ୍ଜନ ପଟ୍ଟନାୟକ, ତିଗିରିଆ କଂଗ୍ରେସ ନେତା ସରୋଜ ଦାସ, ରମେଶ ରାଉତ, ହିମାଂଶୁ ମହାନ୍ତି,ମାୟାଧର ସାହୁ, ନରେଶ ମହାପାତ୍ର,ରାଜ୍ୟ ଛାତ୍ର କଂଗ୍ରେସ ସମ୍ପାଦକ ପ୍ରଶାନ୍ତ କୁମର ବେହେରା, ପଞ୍ଚାନନ ରାଉତ, ସମ୍ବିତ ଦଳେଇ, ଯୋଗା ଦେଇଥିଲେ।